Author: NAZMEEN PARWEEN

ପ୍ରକୃତି ରାଣୀର ପରସ ଛୁଆଁରେ ସଜେଇ ହୋଇଛି ଧରଣୀ ରାଣୀ । ରଙ୍ଗବେରଙ୍ଗର ଫୁଲ ଫଳ ସହିତ ଜାତି ଜାତିକା ଗଛ ଲତା ସୁନ୍ଦର କରିଛି ପରିବେଶକୁ । କର୍ମମୟ ଜୀବନର ଧାଁ ଦୌଡ ଭିତରୁ ସମୟ ବାହାର କରି, ସେହି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ମନ ଭରି ଉପଭୋଗ କରିବା ପାଇଁ ଲୋକମାନେ ଚାଲିଯାନ୍ତି ନିଜର ପସନ୍ଦର ନିରୋଳା ମନୋରମ ସ୍ଥାନକୁ । ସେହି ଭଳି ଏକ ମନୋରମ ସ୍ଥାନ ହେଉଛି ପୁରୀ ଜିଲ୍ଲାର ଅସ୍ତରଙ୍ଗର ଉପକୂଳ ଅଞ୍ଚଳ । ଅସ୍ତରଙ୍ଗର ପିର ଜାହାନିଆ ପର୍ଯ୍ୟଟନ ସ୍ଥାନ ହେଉ କିମ୍ବା ଗଙ୍ଗାଦେବୀ ପୀଠର ମ୍ୟାଙ୍ଗରୋଭ ରୀଟ୍ରେଟ ଅବା ନଦୀ ମୁହାଣର ହେନ୍ତାଳ ଜଙ୍ଗଲ ମଧ୍ୟରେ ବୋଟିଙ୍ଗ କରିବା ହେଉ । ଏଠାକାର ଶାନ୍ତ ସରଳ ପରିବେଶ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥାଏ । ଏହାରି ଭିତରେ ଗଙ୍ଗାଦେବୀ ପୀଠ ନିକଟ…

Read More