Author: NAZMEEN PARWEEN

ଆମେରିକାରେ ଏକ ବେରିଙ୍ଗ୍ ଏୟାର ଫ୍ଲାଇଟ୍ ଗୁରୁବାର ଦ୍ଵିପ୍ରହରରେ ଆଲାସ୍କାର ନୋମ୍ ନିକଟରେ ନିଖୋଜ ହୋଇଯାଇଛି । ଏଥିରେ ୧୦ ଜଣ ଯାତ୍ରୀ ଥିଲେ । ଏହି ବିମାନ ଆଲାସ୍କାର ଉନ୍ନାଲକ୍ଲିଟ୍ ସହରରୁ ଦ୍ଵିପ୍ରହର ୨ଟା ୩୭ ମିନିଟ୍ (ସ୍ଥାନୀୟ ସମୟ)ରେ ଉଡ଼ାଣ ଭରିଥିଲା । ଏହାପରେ ୩ଟା ୧୬ ମିନିଟରେ ଏହା ହଠାତ୍ ରାଡାରରୁ ଗାଏବ ହୋଇଯାଇଥିଲା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ‘Flightradar24’ର ଡାଟାରୁ ଏହି ସୂଚନା ମିଳିଛି । ନିଖୋଜ ବିମାନଟି ଏକ ସେସନା ୨୦୮ବି ଗ୍ରାଣ୍ଡ କାରାଭାନ୍ ଥିଲା । ଏଥିରେ ଜଣେ ପାଇଲଟଙ୍କ ସମେତ ୧୦ ଜଣ ଲୋକ ଥିଲେ । ସର୍ଚ୍ଚ ଅପରେସନ ଚାଲିଥିବା ଆଲାସ୍କାର ଜନ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ କହିଛି ଯେ ନୋମ୍ ଏବଂ ହ୍ୱାଇଟ୍ ମାଉଣ୍ଟେନ୍ସରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୂମିରେ ସନ୍ଧାନ କରାଯାଉଛି । ଖରାପ ପାଗ ଯୋଗୁ ବର୍ତ୍ତମାନ ପାଇଁ ଆକାଶ…

Read More