Author: NAZMEEN PARWEEN

 ଏଚଆଇଏଫ ଗ୍ଲୋବାଲ ଇଣ୍ଡିଆ ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ନିବେଶ କରିବାକୁ ଆଗ୍ରହୀ ।ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବହୁରାଷ୍ଟ୍ରୀୟ କମ୍ପାନି ପକ୍ଷରୁ ଇ-ଇନ୍ଧନ ଉତ୍ପାଦନ ସମ୍ପର୍କିତ ଏକ ଉପସ୍ଥାପନାରେ ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏଚଆଇଏଫ ଗ୍ଲୋବାଲ ଇଣ୍ଡିଆ କମ୍ପାନୀ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା, ଚିଲି, ଉରୁଗୁଏ, ଅଷ୍ଟ୍ରେଲିଆ ଭଳି ଦେଶରେ ମିଥାନଲ ସଂଶ୍ଳେଷଣ କ୍ଷେତ୍ରରେ କାର୍ଯ୍ୟ କରୁଛି । ଓଡ଼ିଶାରେ ଏକ ମିଥାନଲ ସିନ୍ଥେସିସ୍ ପ୍ରକଳ୍ପ ରେ ପ୍ରାୟ ୧ ବିଲିୟନ ଡଲାର ବିନିଯୋଗ କରିବାକୁ ଆଗ୍ରହୀ ଏବଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆବଶ୍ୟକ ୫୦ ଏକର ଜମି, ଜଳ ଯୋଗାଣ ଏବଂ ବିଦ୍ୟୁତ ଯୋଗାଣ ପାଇଁ ଅନୁରୋଧ କରାଯାଇଛି। ଓଡ଼ିଶା ଏବେ ଶତ ପ୍ରତିଶତ ପୁଞ୍ଜିନିବେଶ ଅନୁକୂଳ। ସରକାରଙ୍କ ଗାଇଡଲାଇନ…

Read More