Author: NAZMEEN PARWEEN

 ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିକ୍ସିତ୍ ଓଡ଼ିଶାର ଦୃଷ୍ଟିକୋଣ ସହ ତାଳମେଳ ରକ୍ଷା କରିବା ପାଇଁ ତୃତୀୟ ହାଇପାୱାର କମିଟି (ଏଚପିସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଏଚପିସି ବୈଠକରେ ପାରାଦୀପରେ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଜମି ଚିହ୍ନଟ ଓ ସମ୍ଭାବ୍ୟତା ଅଧ୍ୟୟନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି। ପୁରୀସ୍ଥିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର ବିକାଶ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ପାଇଁ ଜୟପୁର, ଅମରଦା ରୋଡ୍ ଓ ଉତ୍କେଲା ସମେତ ପ୍ରମୁଖ ବିମାନବନ୍ଦରର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଜମି ଅଧିଗ୍ରହଣ ଓ ଜଙ୍ଗଲ ମଞ୍ଜୁରି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ନୋଡାଲ ଏଜେନ୍ସି ଭାବରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା । ଜୟପୁର, ମାଲକାନଗିରି…

Read More