Author: Purva Paksha

BJD Slipt: ବିଗତ କିଛିଦିନ ହେଲା ବିଭିନ୍ନ କାରଣରୁ ବିଜେଡି ବିଭାଜନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚାରେ ବିଜେଡି ସଭାପତି ଛାନିଆ ହୋଇଥିବାର ପ୍ରମାଣ ଆଜି ସର୍ବସମ୍ମୁଖେର ଦେଇଛନ୍ତି। କାହିଁକି ନବୀନ ଏମିତି କହିଲେ? ବିଜେପିକୁ  ଯାଉଛି କିଏ? ପୁଣି ସନାଙ୍କ ନାଁ କାହିଁକି ଉଠିଲା? କ୍ଷମତାରୁ ଯିବା ପରେ ବିଜେଡି ବିଭାଜନ ନେଇ ଏମିତି ଅନେକ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଦଳରେ ଭୟ, ଅସନ୍ତୋଷ ଏବଂ ନବୀନଙ୍କ ପ୍ରତି ଆସ୍ଥା ସଙ୍କଟ ସୃଷ୍ଟି ହୋଇଛି। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବା ଦିନ (ଗୁରୁବାର) ବିରୋଧୀ ଦଳ ନେତା ନବୀନ ପଟ୍ଟନାୟଙ୍କ ନିଜ ବିଧାୟକଙ୍କ ପ୍ରତି ସର୍ବ ସମ୍ମୁଖରେ କଟାକ୍ଷ ଏହାକୁ ସ୍ପଷ୍ଟ କରିଛି। କଟାକ୍ଷ ନୁହେଁ ଏହାକୁ ଆପଣ ଚମ୍ପୁଆ ବିଧାୟକ ସନାତନ ମହାଖୁଡ଼ଙ୍କ ମାଧ୍ୟମରେ ନବୀନଙ୍କ ଡର ବୋଲି କହିପାରନ୍ତି। କ’ଣ କହିଲେ ନବୀନ। ସାମାଜିକ…

Read More