Author: Purva Paksha

ଗତ ସପ୍ତାହର ଦୁଇଟି ରାଜନୈତିକ ଦୃଶ୍ୟପଟ୍ଟର ପ୍ରଭାବ ଜାତୀୟ ସ୍ତରରେ ନିଶ୍ଚୟ ଅନୁଭୂତ ହେବ। ଗୋଟିଏ ହେଲା ରାଜଧାନୀ ଦିଲ୍ଲୀରେ କ୍ଷମତା ପରିବର୍ତ୍ତନ ଓ ଅନ୍ୟଟି ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍‌‌ ସିଂହଙ୍କ ଇସ୍ତଫା। ଜାତିଗତ ଦଙ୍ଗାରୁ ସୃଷ୍ଟ ଅଘଟଣ ଓ ନରସଂହାର ସତ୍ତ୍ୱେ ମଣିପୁରରେ ନେତୃତ୍ୱ ପରିବର୍ତ୍ତନ ଦାବିକୁ କେନ୍ଦ୍ର ସରକାର ଦୁଇବର୍ଷ ଧରି ଏଡ଼ାଇ ଆସିଥିଲେ। ଏଥିନେଇ ସୃଷ୍ଟି ହୋଇଥିବା ପ୍ରତିକୂଳ ଜନମତ ଏବଂ ଦେଶର ବୁଦ୍ଧିଜୀବୀଙ୍କ ପ୍ରବଳ ଚାପର କୌଣସି ପ୍ରଭାବ ପଡ଼ି ନ ଥିଲା କେନ୍ଦ୍ର ସରକାରଙ୍କ ଉପରେ। ଏଥିରୁ ସ୍ପଷ୍ଟ ଯେ ଯେତେ ଅଘଟନ ଓ ବିଘଟନ ତଥା ବିପର୍ଯ୍ୟୟ ଘଟିଲେ ମଧ୍ୟ କ୍ଷମତାକେନ୍ଦ୍ର କୌଣସି ଚାପ ନିକଟରେ ମୁଣ୍ଡ ନୋଇଁବେ ନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନମତକୁ ସମ୍ମାନିତ ବା ସ୍ୱୀକାର ନ କରିବା ପଛରେ ଯେ କ୍ଷମତାର ଅହଙ୍କାର ନିହିତ ଅଛି, ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି। ସେହିଭଳି ନିର୍ବାଚନ ରାଜନୀତିରେ ପ୍ରତିପକ୍ଷକୁ ସମାନ…

Read More