Author: Purva Paksha

Mo School Abhiyan: ନବୀନ ପଟ୍ଟନାୟକଙ୍କ ସରକାରର ସର୍ବେସର୍ବା ପାଲଟିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ କାମ କେବଳ ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ଦିଷ୍ଟ ଥିଲା, ତାହାର ଗୁମର ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି। ଶୁକ୍ରବାର ଦିନ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିଧ୍ୟାୟମାନଙ୍କରେ ଶୌଚାଳୟ ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୂର୍ବରୁ ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ସରକାରର ରଙ୍ଗମରା କାମ ଓ ତାଙ୍କଠାରୁ ରାଜୀତି ଶିକ୍ଷାଲାଭ କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରଣିତ ମୋ ସ୍କୁଲ ଅଭିଯାନର ବିଫଳତାକୁ ବିଧାନସଭାରେ ବଖାଣିଛନ୍ତି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଓଡ଼ିଶାର ୫୫୨ଟି ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ପୃଥକ୍‍ ଶୌଚାଳୟ ବ୍ୟବସ୍ଥା ନାହିଁ। ଏଥିରେ ରାଜ୍ୟର ୪୧୨ଟି ପ୍ରାଥମିକ ବିଦ୍ୟାଳୟ, ୧୧୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୨୫ଟି ହାଇସ୍କୁଲ ରହିଛି। ରାଜ୍ୟରେ ବିଜେପି ସରକାର ମାତ୍ର ୧୦ମାସ ହେଲା…

Read More