Author: Purva Paksha

Jayanarayan Mishra : ବିଜେପିର ବରିଷ୍ଠ ତଥା ଫାୟରବ୍ରାଣ୍ଡ ବିଧାୟକ ଜୟନାରାୟଣ ମିଶ୍ର ବିଧାନସଭାରେ ଚଳିତ ଅଧିବେଶନରେ ପୁଣିଥରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଟାର୍ଗେଟ୍‍ କରିଛନ୍ତି। ଶନିବାର ଦିନ ବିଧାନସଭାରେ ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ତଥ୍ୟ ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ବିଧାନସଭାକୁ ପାଣ୍ଡିଆନ ଚଳାଉଛନ୍ତି କି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି। ପଏଣ୍ଟ ଅଫ୍ ଅର୍ଡର ଉଠାଇ ଜୟନାରାୟଣ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ସେ କହିଛନ୍ତି ଯେ, ଚାଷୀ ପ୍ରସଙ୍ଗରେ ବିରୋଧୀ ମୁଲତବି ଆଣିଥିଲେ, ଆମେ ଆଲୋଚନା ହେଉ ବୋଲି ଚାହୁଁଥିଲୁ। କିନ୍ତୁ କ’ଣ ପାଇଁ ଗୃହକୁ କାଲିଠାରୁ ମୁଲତବି କରାଯାଉଛି । ସେ ଆହୁରି କହିଛନ୍ତି, ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି। ସେମାନେ କହିଲେ ପାଣ୍ଡିଆନ କହିଲେ ବୋଲି ଏମିତି କଲୁ। ଏ ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ ବୋଲି ଜୟନାରାୟଣ ପଚାରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,…

Read More