Author: Purva Paksha

Anganwadi Centre: ରାଜ୍ୟର ୨୧,୩୮୬ଟି ଅଙ୍ଗନବାଡ଼ି କେନ୍ଦ୍ରରେ କୋଠା ନାହିଁ, ୩୧,୪୫୬ଟିରେ ବିଜୁଳି ନାହିଁ ଏବଂ ୪୭,୭୩୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ। ବିଜେଡି ବିଧାୟକମାନେ ସରକାରରେ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୌଣସି ପ୍ରଶ୍ନ କରିପାରୁନଥିଲେ। ସେହି ଦୁଃଖକୁ ଏବେ ମନେପକାଇ ପ୍ରତିଶୋଧ ନେଉଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।   ବିଜେଡି ବିଧାୟକ ଚନ୍ଦ୍ରମଣି କହଁରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶାରେ ୭୪,୧୯୨ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବାବେଳେ ସେଥିମଧ୍ୟରୁ ୫୨,୮୦୬ଟିରେ ନିଜସ୍ୱ କୋଠା, ୨୬,୪୫୫ଟି କେନ୍ଦ୍ରରେ ସୀମା ପାଚେରି ଓ ୪୨,୭୩୬ଟି କେନ୍ଦ୍ରରେ ବିଦ୍ୟୁତ୍‍ ସଂଯୋଗ ରହିଛି। ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ୨୧,୩୮୬ଟି ଅଙ୍ଗନବାଡ଼ି କେନ୍ଦ୍ରରେ କୋଠା ନାହିଁ, ୩୧,୪୫୬ଟିରେ ବିଜୁଳି ନାହିଁ ଏବଂ ୪୭,୭୩୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ। ରାଜ୍ୟରେ ୨୪…

Read More