Author: Purva Paksha

ବିଜୁ ଜନତା ଦଳକୁ ସଙ୍କଟ ପିଛା ଛାଡ଼ୁ ନାହିଁ। ସମାଧାନ ତ ହେଉ ନାହିଁ କିନ୍ତୁ ଗୋଟିଏ ସଙ୍କଟକୁ ଚାପିବାକୁ ଯେଉଁ ଉଦ୍ୟମ ଛାମୁ କରୁଛନ୍ତି ସେଥିରେ ଅନେକ ସଙ୍କଟ ଜନ୍ମ ହେଉଛି। ଏମିତି ଆଉ ଏକ ସଙ୍କଟ ନୂଆପଡ଼ାରେ ଦେଖା ଦେଇଛି। ତାହା ପୁଣି ଛାମୁଙ୍କ ମୁଖ୍ୟ ସହଯୋଗୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ଓ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ। ପରିସ୍ଥିତି ଏମିତି ଉତ୍କଟ ହେଲାଣି ଯେ ବିଜେଡି ଶିବିରରେ ପୁଣିଥରେ ଗୋଷ୍ଠୀବିବାଦର ସୂତ୍ରପାତ ହେଲାଣି। ଏହି ବିବାଦରେ ଜିଲ୍ଲା ସଂଗଠନ ବି ଭାଗଭାଗ ହୋଇଛି। ଏପରିକି ବିଜେଡିରୁ ଟିକଟ ପାଇବେ ବୋଲି ଯେଉଁ ଜୟ ଢୋଲକିଆ ଛାତି ଚଉଡ଼ା କରି ବୁଲୁଛନ୍ତି ତାହା ବି ସନ୍ଦେହ ଘେରକୁ ଆସିଛି। ନୂଆପିଢ଼ିର ନେତାମାନେ ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଦେଖିବାକୁ ଚାହାଁନ୍ତି ବିଜେଡିରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ କିଏ ଓ କାହିଁକି ସେ ଚର୍ଚ୍ଚିତ ତାହା କାହାକୁ…

Read More