Author: Purva Paksha

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିମାସରେ ଆଇଏଏସ, ଆଇପିଏସ, ଓଏଏସ, ଓପିଏସ ଅଫିସରମାନଙ୍କ ବଦଳି କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସରକାରରେ ପାଣ୍ଡିଆନଙ୍କ ଅମଳରୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଗାଦିମାଡ଼ି ବସିଥିବା ଅଫିସରମାନଙ୍କ ଦେହରେ ମୋହନ ସରକାର ହାତ ମାରିବାକୁ ସାହାସ ପାଇପାରୁନାହିଁ। ଏପରିକି ପାଣ୍ଡିଆନଙ୍କ ଅମଳରେ ବିଭିନ୍ନ କେଲଙ୍କାରୀରେ ସାମିଲ ଥିବା ଅଫିସରମାନଙ୍କୁ ଅବସର ପରେ ସେମାନଙ୍କୁ ଥଇଥାନ କରିଥିବା ଖବର ପ୍ରକାଶ ପାଇଛି। ଯାହାର ପରଣତି ଏବେ ମୋହନ ସରକାର ଭୋଗୁଛନ୍ତି। ଏହିଭଳି ଅଫିସରମାନଙ୍କର ଆନୁଗତ୍ୟତା ଏବେବି ବିଜେପି ସରକାର ପରିବର୍ତ୍ତେ ପାଣ୍ଡିଆନଙ୍କ ପ୍ରତି ରହିଛି। ଯାହାର ସୂଚନା ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମରା ଘଟଣାରେ ଦେଖିବାକୁ ମିଳିଥିଲା। ବାଘ ମୁହଁରେ ମଣିଷ ମାଂସ ଲାଗିଲେ ଯେପରି ସେ ଏହାକୁ ଭୁଲି ପାରେ ନାହିଁ ସେହିପରି ଏହି ପାଣ୍ଡିଆନ ମାର୍କା ଦୁର୍ନୀତିଖୋର ଅଫିସରମାନେ ସରକାର ବଦଳିଥିଲେ ବି ନିଜର ପୁରୁଣା…

Read More