Author: Purva Paksha

କଟକରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ସାଂସଦ ଭର୍ତ୍ତୃହରି ମହତାବ। ଏହି ଘଟଣା ସ୍ୱତଃ ଘଟି ନାହିଁ ବରଂ ଏହାକୁ ଷଡ଼ଯନ୍ତ୍ରପୂର୍ଣ୍ଣ ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି। ନିକଟରେ ଫେରିଥିବା କିଛି ଜେଲ ଫେରନ୍ତା ଏହି ଘଟଣାର ମୁଖ୍ୟ କାର୍ପଟଦାର। ସେମାନଙ୍କ ବାବଦରେ ପୁଲିସକୁ ସେ ଆବଶ୍ୟକ ସୂଚନା ଦେଇଥିଲେ ବୋଲି କହିଛନ୍ତି ସାଂସଦ ମହତାବ। ତାଙ୍କର ଏହି ମନ୍ତବ୍ୟ ଏବେ ପୁଲିସ ଓ ପ୍ରଶାସନର ହୁଗୁଳାପଣକୁ ପଦାକୁ ଆଣିଛି। ନ୍ୟୁଜ୍‍ ଏଜେନ୍ସୀକୁ ସାକ୍ଷାତକାରରେ ଶ୍ରୀ ମହତାବ କହିଛନ୍ତି, କିଛି ଅସାମାଜିକ ତତ୍ତ୍ୱ ଏହି ଘଟଣାରେ ଜଡ଼ିତ। ସେମାନେ ନିକଟରେ ଜେଲରୁ ମୁକୁଳିଥିଲେ। ସେମାନଙ୍କର ବଦମାସୀ କରିବାର ଅଭ୍ୟାସ ରହିଛି। ଏମାନଙ୍କୁ ଆଗରୁ ଚିହ୍ନଟ କରିବା ଥିଲା। ମୁଁ ବହୁ ଆଗରୁ ପ୍ରଶାସନକୁ ସତର୍କ କରିଥିଲି। ମୋ ପାଖରେ ଥିବା ସୂଚନା ମଧ୍ୟ ଜଣାଇଥିଲି। ଏଭଳି କିଛି ଲୋକ ଜେଲରୁ ମୁକୁଳି ଆସିଛନ୍ତି। ସେମାନଙ୍କୁ…

Read More