Author: Purva Paksha

ରାଜ୍ୟ ସରକାର ବିଭିନ୍ନ ପୌରାଞ୍ଚଳରେ ମଶାଙ୍କ ସହ ଲଢ଼ିବାକୁ ଗତ ୯ ମାସରେ ୬ କୋଟି ଟଙ୍କା  ଖର୍ଚ୍ଚ କରିଛନ୍ତି। ଏହି ଅର୍ଥ କେବଳ ମଶା ତେଲ କିଣାରେ ମୋହନ ମାଝିଙ୍କ ସରକାର ଖର୍ଚ୍ଚ କରିଛନ୍ତି। ପୁଣି କିଛି ପୌରାଞ୍ଚଳରେ ମଶା ତେଲ ଓଡ଼ିଶା ଔଷଧ ନିଗମ ବା ସମ୍ପୃକ୍ତ ସିଡିଏମ୍ଓ କିଣିଥାଆନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି। ଦିନକୁ ଦିନ ମଶା ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱର ମହାନିଗର ନିଗମ ନୁହେଁ ସାରା ଓଡ଼ିଶାରେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ପୌରାଞ୍ଚଳଗୁଡ଼ିକ ନିଜ ଖର୍ଚ୍ଚରୁ ଏକ ବଡ଼ ଅଂଶ ମଶା ତେଲ କିଣି ମଶାଙ୍କ ବଂଶ ଧ୍ୱଂସ କରିବା ଲାଗି ତାକୁ ଧୂଆଁ ଆକାରରେ ପ୍ରୟୋଗ କରୁଛନ୍ତି। ହେଲେ କୌଣସି ସହରରେ ମଶାଙ୍କ ସଂଖ୍ୟା କମୁ ନାହିଁ। ଏପରିକି ମଶା ତେଲରୁ ଧୂଆଁ କାରବାର ଏକ ଦୁର୍ନୀତିଭୁକ୍ତ କାରବାର ବୋଲି ବି…

Read More