Author: Purva Paksha

ଏଣିକି ଗରିବ ଘରେ ଝିଅ ବାହାଘର ଚିନ୍ତା ରହିବ ନାହିଁ। ସରକାର ଏହି ବାହାଘର ଖର୍ଚ୍ଚ ଉଠାଇବେ। ଖାଲି ସେତିକି ନୁହେଁ ବାହାଘର ପରେ ଉପହାର ବି ସରକାର ଦେବେ। ଏଥିଲାଗି ସରକାର ୧୨ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରିଛନ୍ତି। ମୋହନ ମାଝୀଙ୍କ ଦ୍ୱିତୀୟ ବଜେଟରେ ସାମାଜିକ ମଙ୍ଗଳର ଏକ ନୂତନ ଦିଗ ଉନ୍ମୋଚିତ ହୋଇଛି। ବଜେଟ୍‍ ଘୋଷଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଗରିବ ଲୋକଙ୍କ ପାଇଁ ଗଣବିବାହ ଆୟୋଜନ କରିବେ। ଏଥିରେ ବିବାହ କରିପାରୁନଥିବା ମା’ ବାପା ମାନେ ନିଜର କନ୍ୟାଙ୍କ ବିବାହ ପାଇଁ ଆବେଦନ କରିପାରିବେ। ସୋମାନଙ୍କୁ ସରକାର ବିବାହ ପାଇଁ ସହାୟତା ସହ ତାଙ୍କୁ ଉପହାର ପ୍ରଦାନ କରିବେ। ମହିଳାଙ୍କ ସଶକ୍ତି କରଣ ଲାଗି ସରକାର ଏଥର ବଜେଟରେ ଅନେକ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ଫ୍ଲାଗ୍‍ସିପ୍‍ ଯୋଜନା ଭାବରେ ସୁଭଦ୍ରା ଯୋଜନା ଚଳିତ ଆର୍ଥିକବର୍ଷଠାରୁ ଆରମ୍ଭ କରାଯାଇଛି। ମହିଳା ସଶକ୍ତିକରଣ ପାଇଁ ଏହି ଯୋଜନା ବିଶେଷଭାବେ…

Read More