Author: Purva Paksha

Dhanashree: ଧନଶ୍ରୀଙ୍କ ଠାରୁ ଛାଡ଼ପତ୍ର ପରେ ଭରଣପୋଷଣ ରାଶି ସ୍ଥିର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୟୁଜବେନ୍ଦ୍ର ଚହଲ ଧନଶ୍ରୀଙ୍କୁ ଭରଣପୋଷଣ ବାବଦରେ ୬୦ କୋଟି ଟଙ୍କା ଦେବେ। ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ଶେଷରେ ଛାଡ଼ପତ୍ର ନେଇଛନ୍ତି। ପାରିବାରିକ ଅଦାଲତରେ ଛାଡ଼ପତ୍ର ସମ୍ପର୍କରେ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ ହୋଇଥିବା ଜଣାପଡ଼ିଛି। ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ଖବର ବହୁତ ଦିନ ଧରି ଚାଲିଥିଲା। ଏହି ସମୟରେ, ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନ୍‍ଫଲୋ ମଧ୍ୟ କରିଦେଇଥିଲେ। ଏବେ ରିପୋର୍ଟରୁ ଜଣାପଡ଼ିଛି ଯେ ଦୁହେଁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଧନଶ୍ରୀଙ୍କଠାରୁ ଛାଡ଼ପତ୍ର ସମୟରେ ଭରଣପୋଷଣ ପରିମାଣ ମଧ୍ୟ ସ୍ଥିର କରାଯାଇଛି। ୟୁଜଭେନ୍ଦ୍ର ଚହଲ ଧନଶ୍ରୀଙ୍କୁ ୬୦ କୋଟି ଟଙ୍କା ଭରଣପୋଷଣ ଦେବେ। ତଥାପି, ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏପରି…

Read More