Author: Purva Paksha

ଡ. ସମନ୍ୱୟ ନନ୍ଦ ଗୋରା ସାମ୍ରାଜ୍ୟବାଦୀ ଶକ୍ତିମାନେ ବିଭିନ୍ନ ଦେଶ ଉପରେ ଶାସନ କରି ସେମାନଙ୍କ ସଂସ୍କୃତି ଉପରେ ଆକ୍ରମଣ କରିବା ସହ ଆର୍ଥିକଭାବେ ପ୍ରବଳ ମାତ୍ରାରେ ଶୋଷଣ କରିଥିଲେ । ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏହି ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ କବଳରୁ ବିଭିନ୍ନ ଦେଶମାନେ ସ୍ୱାଧୀନତା ଲାଭ କଲେ ସତ; ହେଲେ ଏହି ସାମ୍ରାଜ୍ୟବାଦୀ ଶକ୍ତିମାନେ ଏହାପରେ ମଧ୍ୟ ଏହି ଦେଶମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ଜାରୀ ରଖିଛନ୍ତି। ବିକାଶ, ମାନବିକ ଅଧିକାର, ଗଣତନ୍ତ୍ର ଆଦି ବିଭିନ୍ନ କଥା କହି ଏହି ଦେଶମାନଙ୍କରେ ଫଣ୍ଡିଂ କରି ଗୋରା ଦେଶମାନେ ସେମାନଙ୍କୁ ନିୟନ୍ତ୍ରିତ କରିବା ଓ ଉକ୍ତ ଦେଶମାନଙ୍କୁ ସେମାନଙ୍କ ସ୍ୱାର୍ଥ ସାଧନ କରିବା କାର୍ଯ୍ୟ ଜାରୀ ରଖିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତାକୁ ଆସିବା ପରେ ଗତ ୨୯ ଜାନୁଆରୀ ଦିନ ୟୁନାଇଟେଡ ଷ୍ଟେଟ୍‍ ଏଜେନ୍ସୀ ଫର ଇଣ୍ଟରନ୍ୟାସନାଲ ଡେଭଲପମମେଣ୍ଟ (ୟୁଏସଏଡ)ର କାର୍ଯ୍ୟକଳାପ ଉପରେ କଟକଣା…

Read More