Author: Purva Paksha

କଟକ ସହରର ନଦୀ-ନାଳ, ମାଟି, ଗୋଡ଼ି ମନ୍ଦିର-ମସ୍‍ଜିଦ ଗୀର୍ଜା ତଥା ଧ୍ୱସ୍ତ ବାରବାଟୀ- ଏହା ଉପରେ ବିତିଥିବା ଦିନଗୁଡ଼ିକର କାହାଣୀକୁ ଏବେବି ମନେରଖିଛି। ବିଦେଶୀ ଆକ୍ରମଣ, ଝିଅ ବୋହୂଙ୍କ ଉପରେ ବଳାତ୍କାର ଦେଖିଛି। ନିର୍ଯାତନା ଓ ଧମକକୁ ସହିଛି। ସମୟର ଆବଶ୍ୟକତାକୁ ଗ୍ରହଣ କରି ପୁଣି ତାକୁ ଭୁଲି ଯାଇଛି। ପରସ୍ପର ବିରୋଧୀ ତତ୍ତ୍ୱ ସହ ଚୁକ୍ତି କରିଛି। ନିଜ ଆଦର୍ଶ ସହ ସାଲିସ କରିଛି। ଆଉ ଜଳିପୋଡ଼ି ଯାଇଥିବା ଅତୀତର ସ୍ମୃତିକୁ ପ୍ରଶମିତ କରିବାକୁ ଚାହିଁଛି। କିନ୍ତୁ ପାଉଁଶ ତଳର ନିଆଁ ଭଳି ଉପରକୁ ଏହା ଶୀତଳ ଥିଲେ ବି ଭିତରେ ଭିତରେ କୁହୁଳୁଛି। ପିଢ଼ି ପରେ ପିଢ଼ି ଏହା ଜାରି ରହିଛି। ଆଉ ସୁଯୋଗ ପାଇଲେ ସେ ଆଞ୍ଚରେ ରାଜନୀତି ରୁଟି ସେକା ହେଉଛି। ସ୍ୱାର୍ଥ ହାସଲ ପାଇଁ କେବଳ ରାଜନେତା ନୁହଁନ୍ତି, ଧାର୍ମିକ ନେତା, ବ୍ୟବସାୟୀ, ପ୍ରଶାସନ, ପୁଲିସ ସମସ୍ତେ ନିଜ ଫାଇଦା ହାସଲ କରୁଛନ୍ତି। ଆଜି…

Read More