Author: Purva Paksha

ଜୋତା ସାଧାରଣତଃ ମଣିଷର ପାଦକୁ ସୁରକ୍ଷା ଦେଇଥାଏ। ତେଢ଼ା ମେଢ଼ା,କଣ୍ଟିକିତ ରାସ୍ତାରେ ଚାଲିବାର କଷ୍ଟକୁ ନିବାରଣ କରିଥାଏ। କିନ୍ତୁ ସେହି ସମାନ ଜୋତା ବେଳେବେଳେ କ୍ଷେପଣାସ୍ତ୍ର ଭଳି କାମ କରେ। ଆଉ ଯେତେବେଳେ କାମ କରେ, ସେତେବେଳେ ଜୋତା ଦେଖେନି କିଏ ରାଷ୍ଟ୍ରପତି, କିଏ ପ୍ରଧାନମନ୍ତ୍ରୀ ଏବଂ ଆଉ କିଏ ନ୍ୟାୟାଳୟର ବିଚାରପତି। ନିକଟରେ ଭାରତୀୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଉପରକୁ ତାଙ୍କରି ବିଚାରଳୟ ଭିତରେ ଜଣେ ଓକିଲ ଜୋତା ଫୋପାଡ଼ିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ଦେଶରେ ଘମାଘୋଟ ଆଲୋଚନା ଓ ସମାଲୋଚନାର ପର୍ବ ଆରମ୍ଭ ହେଲାଣି। ତେଣୁ ଏସବୁ ଭିତରେ ଆମେ ଭାବିଲୁ ଆପଣ ମଧ୍ୟ ଏହା ଜାଣିବା ଉଚିତ ଯେ, ଏଭଳି ଘଟଣା କ’ଣ କେବଳ ଭାରତରେ ଘଟିଛି? ନା ଅନ୍ୟତ୍ର କେଉଁଠି ଏମିତି ଘଟିଥିଲା? ଆଉ ଯେଉଁ ଜୋତା ଏହାର ମୂଳରେ ଅଛି, ସେହି ଜୋତାର କାହାଣୀ କ’ଣ? ଜୋତା ଫୋପାଡ଼ିବାକୁ କେଉଁ ଦେଶରେ କେମିତି…

Read More