Author: Purva Paksha

ଆଜି ଦେଶର ମୁଖ୍ୟ ନିର୍ବାଚନ ଆୟୋଗ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ହେବ ବିହାରର ନିର୍ବାଚନ। ପ୍ରଥମେ ୬ ନଭେମ୍ବରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୧୧ ନଭେମ୍ବରରେ ଅନୁଷ୍ଠିତ ହେବ। ୧୪ ନଭେମ୍ବରରେ ଗଣତି ହୋଇ ବିଜେତାଙ୍କ ନାମ ଘୋଷଣା ହେବ। ୩୮ ଜିଲ୍ଲାକୁ ୨ ଭାଗରେ ବିଭକ୍ତ କରାଯାଇଛି। ଏହି ଦୁଇଟି ପର୍ଯ୍ୟାରେ ୨୪୩ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ଏଥର ବିହାର ନିର୍ବାଚନ ସବୁଠାରୁ ନିଆରା ତଥା ସ୍ୱତନ୍ତ୍ର ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ବିହାର ନିର୍ବାଚନରେ ଲାଗୁ ହେବ ନୂଆ ନିୟମ। ବୁଥ ପାଖରେ ରହିବ ମୋବାଇଲ ଫୋନ୍‍ ବୁଥ। ଏଠାରେ ମୋବାଇଲ ଜମା କରି ବୁଥ ଭିତରକୁ ଯିବେ ଭୋଟର। ଗୋଟିଏ ମୋବାଇଲ ଆପରେ ରହିବ ସମସ୍ତ ବ୍ୟବସ୍ଥା। ଧାଡ଼ି ଯେମିତି ଲମ୍ବା ନ ହେବ…

Read More