Author: Purva Paksha

Halal Certificate: ହଲାଲ ସାର୍ଟିଫିକେସନକୁ ନେଇ ବିବାଦ ଦେଖାଦେଇଛି। ତେବେ ଆସନ୍ତୁ ଜାଣିବା ହଲାଲ ସାର୍ଟିଫିକେଟ କ’ଣ ଏବଂ କେଉଁ ଜିନିଷ ପାଇଁ ଜାରି କରାଯାଏ। ଉତ୍ତରପ୍ରଦେଶ ସରକାରଙ୍କ ଖାଦ୍ୟ ନିରାପତ୍ତା ଏବଂ ଔଷଧ ପ୍ରଶାସନ ନଭେମ୍ବର ୨୦୨୩ରେ ହଲାଲ ସାର୍ଟିଫାଏଡ୍ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାକୁ ନେଇ ଜମିୟତ ଉଲେମା-ଏ-ହିନ୍ଦ ହଲାଲ ଟ୍ରଷ୍ଟ ହଲାଲ ଉତ୍ପାଦ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଟ୍ରଷ୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ନୂଆ ସତ୍ୟପାଠ ଦାଖଲ କରାଯାଇଛି। ଯେଉଁଥିରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହଲାଲ ସାର୍ଟିଫିକେସନ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆପତ୍ତି ଉଠିଛି। ଏହାଦ୍ୱାରା ହଲାଲ ସାର୍ଟିଫିକେସନ୍ ପ୍ରକ୍ରିୟାକୁ ନେଇ ଆହୁରି ବିବାଦ ସୃଷ୍ଟି ହୋଇଛି ବୋଲି ଟ୍ରଷ୍ଟ କହିଛି। ଆସନ୍ତୁ ଜାଣିବା ହଲାଲ ସାର୍ଟିଫିକେଟ୍ କ’ଣ? ଏବଂ କେଉଁ ଜିନିଷ ପାଇଁ ଜାରି କରାଯାଏ ତଥା ଭାରତରେ ଏହାକୁ କିଏ ଜାରି…

Read More