Author: Purva Paksha

Aadhaar link with Demat Account: ୨୦୨୩ ଜୁଲାଇରେ ଆଧାର ସହ ଲିଙ୍କ୍ ହୋଇନଥିବା ଦର୍ଶାଇ ଭୁବନେଶ୍ୱରର ଏକ ଘରୋଇ ବ୍ୟାଙ୍କ ଗ୍ରାହକଙ୍କ ସଞ୍ଚୟ-କମ୍-ଡିମାଟ୍ ଆକାଉଣ୍ଟକୁ ନିଷ୍କ୍ରିୟ କରିବା ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ ଡିମ୍ୟାଟ୍ ଆକାଉଣ୍ଟ ପାଇଁ ଆଧାର-ପାନ୍ ଲିଙ୍କ୍ ବାଧ୍ୟତାମୂଳକ ବ୍ୟବସ୍ଥା ଦୃଢ଼ ସାମ୍ବିଧାନିକ ଓ ଆଇନଗତ ଭିତ୍ତିରେ ରହିଛି ଏବଂ ଏଥିରେ ଅଦାଲତର ହସ୍ତକ୍ଷେପ ଆବଶ୍ୟକ ନାହିଁ। ୨୦୨୩ ଜୁଲାଇରେ ଆଧାର ସହ ଲିଙ୍କ୍ ହୋଇନଥିବା ଦର୍ଶାଇ ଭୁବନେଶ୍ୱରର ଏକ ଘରୋଇ ବ୍ୟାଙ୍କକୁ ଅଚଳ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ପୂର୍ବତନ ସାଂସଦ ତଥାଗତ ସତପଥୀ କରିଥିବା ଆବେଦନର ଶୁଣାଣି କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ଡାଟା ନିରାପତ୍ତା ଏବଂ ଗୋପନୀୟତାକୁ ନେଇ ଉଦବେଗ ପ୍ରକାଶ ପାଇଥିଲେ ମଧ୍ୟ ସିକ୍ୟୁରିଟି ବଜାରରେ ନିୟାମକ ତଦାରଖର ଆବଶ୍ୟକତାଠାରୁ ଏହା ଅଧିକ ନୁହେଁ। ବିପଦକୁ ହ୍ରାସ କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା…

Read More