Author: Purva Paksha

Vinayak Damodar Savarkar: ଆଜି ଆମେ ଆପଣଙ୍କୁ ସାବରକରଙ୍କ ଜୀବନ ସହ ଜଡ଼ିତ କିଛି ବିବାଦ ବିଷୟରେ କହିବୁ ଯାହା ସେମାନଙ୍କ ବିରୋଧରେ ମହାତ୍ମା ଗାନ୍ଧୀଙ୍କ ଭଳି ଲୋକଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ଆଣିଥିଲା। ବିନାୟକ ଦାମୋଦର ସାବରକର ,ଏମିତି ଏକ ନାମ ଯାହାକୁ ନେଇ ଭାରତୀୟ ରାଜନୀତିରେ ହୁଏ ବିବାଦ ଓ ବିତର୍କ। ୧୮୮୩ ମସିହା ମଇ ୨୮ ତାରିଖରେ ନାସିକରେ ଜନ୍ମଗ୍ରହଣ କରିଥିବା ବିନାୟକ ଦାମୋଦର ସାବରକରଙ୍କ କାହାଣୀ ଏପରି ଯେ ସେ କିଛି ଲୋକଙ୍କ ପାଇଁ ମାତ୍ର ସାବରକର ଏବଂ କିଛି ଲୋକଙ୍କ ପାଇଁ ସେ ହେଉଛନ୍ତି ସ୍ୱତନ୍ତ୍ରତା ବୀର ସାବରକର। ଭାରତୀୟ ଇତିହାସର ସେ ଏମିତି ଏକ ଚରିତ୍ର ଯାହାଙ୍କୁ ଗୋଟିଏ ଗୋଷ୍ଠୀ ମହାନାୟକ ବୋଲି ମାନେ ଏବଂ ଆଉ ଏକ ଗୋଷ୍ଠୀ ତାଙ୍କୁ ଖଳନାୟକ, ଇଂରେଜଙ୍କ ବଚସ୍କର ବୋଲି ସମାଲୋଚନା କରେ। ସାବରକର ଥିଲେ ଏକାଧାରରେ ଜଣେ ଆଇନଜୀବୀ, ରାଜନେତା, କବି, ଲେଖକ…

Read More