Author: Purva Paksha

Delimitation: ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀମାନଙ୍କର ସୀମା ନିର୍ଦ୍ଧ।ରଣ କରାଯାଇ ଆସନସଂଖ୍ୟା ବଢ଼ିବା ଯେ ନିଶ୍ଚିତ ଏହା ସର୍ବତ୍ର ଆଲୋଚିତ ହେଲାଣି। ଗତ ୨୦୦୯ବେଳକୁ ଏ ସବୁର ସୀମା ପୁନଃନିର୍ଦ୍ଧାରଣ କରାହୋଇଥିଲା। କିନ୍ତୁ ଆସନ ସଂଖ୍ୟା ବୃଦ୍ଧି ହୋଇନଥିଲା। ଆସନ ସଂଖ୍ୟା ବଢ଼ିଥିଲା ୧୯୭୧ ଜନଗଣନା ପରେ ଯେଉଁ ନିର୍ବାଚନ ହୋଇଥିଲା। ଅସଲରେ ପ୍ରତ୍ୟେକ ଦଶବର୍ଷରେ ଜନଗଣନା କରାହୋଇଥାଏ। ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିଧାନସଭା ଓ ଲୋକସଭା ଆସନ ନିର୍ଦ୍ଧାରିତ ହୋଇଥାଏ। ତେଣୁ ୧୯୫୧-୫୨ରେ ଲୋକସଭା ଆସନ ଯେତେଥିଲା ତାହା ୧୯୬୨ବେଳକୁ ବୃଦ୍ଧି ପାଇଥିଲା ଏବଂ ୧୯୭୫ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଓ କନଗଣନା ପରେ ୧୯୭୭ବେଳକୁ ଆସନ ସଂଖ୍ୟା ବଢ଼ିଲା। ତା’ପରେ ଆଉ ଆସନ ସଂଖ୍ୟା ବଢ଼ିନାହିଁ। ଅଶୀ ଦଶକରେ ନିର୍ଣ୍ଣୟ ନିଅଯାଇଥିଲା ଯେ ୨୫ ବର୍ଷ ଯାଏଁ ଆଉ ଆସନ ସଂଖ୍ୟା ବଢ଼ାଯିବ ନାହିଁ। ତେଣୁ ୨୦୦୧ର ଲୋକସଭା ଓ ବିଧାନସଭାମାନଙ୍କର ପୁନଃନିର୍ଦ୍ଧାରଣ କରାହୋଇଥିଲା ସିନା, ଆଉ ଜନସଂଖ୍ୟା…

Read More