Author: Purva Paksha

କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣାରେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏଥିପାଇଁ ଜେଏସଡବ୍ଲ୍ୟୁ ଓ ପୋସ୍କୋ ୩୦ ହଜାରରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ଷ୍ଟିଲ୍‌ ପ୍ଲାଣ୍ଟ କରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇ ସାରଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦୁଝର ଗସ୍ତରେ ଆସିଥିଲେ । ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ ଏହି କଲେଜକୁ ଅଟୋନୋମସ୍‌ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ କଲେଜ ପାଇଁ ୪ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୟୂରଭଞ୍ଜ ଗସ୍ତରେ ଯାଇଥିଲେ । ସେଠାରେ ମେଗା ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ରବିବାର କେନ୍ଦୁଝରକୁ ଫେରି ସ୍ୱାମପାଟଣାବାସୀଙ୍କୁ ଖୁସି ଖବର ଦେଇଥିଲେ ମୁଖ୍ୟମନ୍ତ୍ରୀ ।…

Read More