Author: Purva Paksha

ଯାଜପୁର ରତ୍ନଗିରି ପାହାଡ଼ରେ ପ୍ରାଚୀନ କଳିଙ୍ଗର ବୌଦ୍ଧ ପରମ୍ପରା ଓ ଦକ୍ଷିଣ ପୂର୍ବ ଏସିଆ ସହ ସମ୍ପର୍କକୁ ଉନ୍ମୋଚନ କରିବା ପାଇଁ ଗତ ତିନିମାସ ଧରି ୧୫ ଜଣ ପ୍ରତ୍ନତତ୍ତ୍ୱବିତ୍‌ କାର୍ଯ୍ୟ କରୁଛନ୍ତି। ରତ୍ନଗିରି ପରିସରରେ ତିନିଟି ବିଶାଳ ବୁଦ୍ଧ ମୁଣ୍ଡ, ଶିଳାଲେଖ ଏବଂ ଭୋଗୀୟ ସ୍ତୁପ ସମେତ ଅନ୍ୟାନ୍ୟ ଅବଶେଷ ଉଦ୍ଧାର ହେବା ସହିତ ସେମାନେ ସଫଳତା ପାଇଛନ୍ତି। ଯାଜପୁର ଜିଲ୍ଲାର ରତ୍ନଗିରିଠାରେ ୬୩ ବର୍ଷର ବ୍ୟବଧାନ ପରେ ଡିସେମ୍ବର ୫ ତାରିଖରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଏଏସ୍‌ଆଇର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍‌ (ପୁରୀ ସର୍କଲ) ଦିବ୍ୟଶାଦା ବ୍ରଜସୁନ୍ଦର ଗଡନାୟକ ସୂଚନା ଦେଇଛନ୍ତି। ଉପଯୁକ୍ତ ବିଶ୍ଳେଷଣରେ ହିଁ ମିଳିଥିବା ସାମଗ୍ରୀର ଗୁରୁତ୍ୱ ଜଣାପଡ଼ିବ ବୋଲି ସେ କହିଛନ୍ତି। ବୁଦ୍ଧ ମୁଣ୍ଡ ଉଦ୍ଧାର ହେବା ପରେ ଗଡନାୟକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଗୁଡ଼ିକ ପଥର ଉପରେ ଅତ୍ୟନ୍ତ ସୁନ୍ଦର ଏବଂ ଉଯୁକ୍ତ କଳାକୃତି। ଏପରିକି ବେକରେ କୁଞ୍ଚନ ମଧ୍ୟ ରହିଛି ବୋଲି…

Read More