Author: Purva Paksha

ବିଧାନସଭାରେ ଏବେ କିଛିଦିନ ହେଲା ସୃଷ୍ଟି ହେଉଥିବା ଦୃଶ୍ୟଗୁଡ଼ିକୁ ଦେଖିଲେ ଲାଗୁଛି ସତେ ଯେମିତି ଓଡ଼ିଶା ପୁଣିଥରେ ନିର୍ବାଚନକୁ ଯାଉଛି। କାରଣ ନିର୍ବାଚନ ପୂର୍ବରୁ ହିଁ ପ୍ରତି ବିଧାନସଭା ଓ ଲୋକସଭାରେ ଏମିତି ରଣକ୍ଷେତ୍ର ସୃଷ୍ଟି ହେବାର ନଜିର ରହିଛି। ଏବେ ଯେମିତି ବିହାର ବିଧାନସଭାରେ ନୀତିଶ କୁମାରଙ୍କ ଆକ୍ରମଣାତ୍ମକ ମନ୍ତବ୍ୟ ଏବଂ ସେଠାର ବିଧାନସଭା ବାହାରେ ଆରଜେଡି ନେତ୍ରୀ ରାବିଡି ଦେବୀଙ୍କ ନିରୀହ ବୟାନ ତାହାର ଜ୍ୱଳନ୍ତ ଉଦାହରଣ ଦେଉଛି। କିନ୍ତୁ ଆମ ରାଜ୍ୟରେ ତ ଏବେ ନିର୍ବାଚନ ସରିଛି, ତେବେ ଏମିତି କାହିଁକି? ରାଜ୍ୟର ନେତାମାନେ କି ପ୍ରକାର ପରମ୍ପରା ତାଙ୍କର ଉତ୍ତରପିଢ଼ି ପାଇଁ ପ୍ରସ୍ତୁତ କରୁଛନ୍ତି?  ଯେ କୌଣସି ରାଜ୍ୟର ବ୍ୟବସ୍ଥାପିକାରେ ଶୃଙ୍ଖଳିତ ଢଙ୍ଗରେ ତର୍କ ଉପସ୍ଥାପନ କରିବା ଲାଗି ଏକ ଲିଖିତ ବିଧିବଦ୍ଧ ବ୍ୟବସ୍ଥା ରହିଛି। ବିଧାନସଭାର ପରିଚାଳନା ନୀତିକୁ ଏହି ଦିଗରେ ସର୍ବୋଚ୍ଚଭାବେ ଗ୍ରହଣ କରାଯାଏ। ଏଥିରେ ସରକାରଙ୍କ କାର୍ଯ୍ୟକ୍ରମକୁ କିପରି ବିରୋଧ କରିବ…

Read More