Author: Purva Paksha

ଭାରତୀୟ ‘ଯୁଗାଡ଼’ର ଚମତ୍କାରିତା କେବଳ ମୋଡିଫିକେସନ୍ ନୁହେଁ। କେବଳ ମେସିନରେ ଭାରତୀୟମାନେ ଯୁଗାଡ଼ ଲଗାଇ କାମ ଚଳାଇ ନିଅନ୍ତି ନାହିଁ। ଭାରତୀୟମାନେ ଶବ୍ଦ ପରିବର୍ତ୍ତନ କରିବାରେ ମଧ୍ୟ ମାହିର। ଯେମିତି ଲାଞ୍ଚକୁ କେହି ଲାଞ୍ଚ ନ କହି ହାତଖର୍ଚ୍ଚ କିମ୍ବା ଉପହାର ବୋଲି କୁହନ୍ତି। କର୍ପୋରେଟ୍ ଜଗତରେ କୌଣସି ତଥ୍ୟକୁ ନିଜ ହିସାବରେ ପ୍ରଚାର କରିବାକୁ ପ୍ରପୋଗଣ୍ଡା ନ କହି ‘ମ୍ୟାନେଜ୍’ କରିବା କୁହନ୍ତି। ସେମିତି ସରକାରମାନେ ଗଣମାଧ୍ୟମର ଚୁଟି ଧରିବା ପାଇଁ ସବୁ କଳକୌଶଳ ପ୍ରୟୋଗ କରନ୍ତି। କିନ୍ତୁ ତାକୁ ଗୋଟିଏ ସମ୍ମାନଜନକ ନାମ ଦେଇଛନ୍ତି ‘ମିଡିଆ ମ୍ୟାନେଜମେଣ୍ଟ’। ଯାହାର ମୁଖ୍ୟ କାମ ହେଉଛି ସୂଚନାର ସବୁ ଉତ୍ସକୁ ନିଜ ନିୟନ୍ତ୍ରଣରେ ରଖିବା। ଲୋକଙ୍କ ସାମ୍ନାରେ ସେଇ ସୂଚନାକୁ ରଖିବା ଯାହା ସରକାର ଚାହାନ୍ତି। ସରକାରଙ୍କୁ ବାଧିବା ଭଳି ଖବର ଯେମିତି ଲୋକଙ୍କ ପାଖେ ନ ପହଞ୍ଚେ ସେଥିପାଇଁ ସରକାରର ମଙ୍ଗୁଆଳମାନେ ପୋଳୁହ ଧରି ଜଗିଥାନ୍ତି। ସାମ୍ବାଦିକଙ୍କୁ ମୋବାଇଲ ମନା…

Read More