Author: Purva Paksha

ପାୱାର କରିଡରରେ ଏବେ ବଡ଼ ଚର୍ଚ୍ଚା। ସିଏମଓରେ ଚୌକି ମାଡ଼ି ବସି ରାଜ୍ୟର ବିକାଶମୂଳକ କାମରେ ବାଧକ ସାଜିଥିବା ବଡ଼ ଆଇଏଏସ ପଦାଧିକାରୀ ନିକୁଞ୍ଜ ବିହାରୀ ଧଳ ହଟିବେ। ତାଙ୍କର କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଦିନେ କି ଦୁଇଦିନ ମଧ୍ୟରେ ବାହାରି ପାରେ ବୋଲି ଆଇଏଏସ୍‍ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଚର୍ଚ୍ଚା ଅନୁସାରେ ଗତ ନିର୍ବାଚନରେ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଥିବା ନିକୁଞ୍ଜ ବିହାରୀ ଧଳ ବିଜେପି କ୍ଷମତାକୁ ଆସିବା ପରେ ପୁରସ୍କୃତ ହୋଇଥିଲେ। କିନ୍ତୁ ତାଙ୍କର ସବୁକଥାରେ ସନ୍ଦେହ ମନୋବୃତ୍ତି ଯୋଗୁ ବିଜେପି ସରକାର କାମ କରିବାରେ ଅସହଜ ଅନୁଭବ କରୁଛନ୍ତି। ସିଏମଓରେ ବିଭିନ୍ନ ବିଭାଗର ଫାଇଲ ପଡ଼ିରହି ଛୋଟ ପାହାଡ଼ର ଭ୍ରମ ସୃଷ୍ଟି ହେଲାଣି ବୋଲି ପାୱାର କରିଡରରେ ଆଲୋଚନା ହେଉଛି। ଫଳରେ ବିଭିନ୍ନ ବିଭାଗରେ କାମ ଆଗେଇ ପାରୁନାହିଁ। ନିକୁଞ୍ଜ ଧଳଙ୍କର ଏଭଳି ଆଚରଣ ସିଏମଓରୁ ବାହାରି ପିଏମଓରେ…

Read More