Author: Purva Paksha

ସ୍କୁଲ ବସରେ ଯିବାଆସିବା କରୁଥିବା ଦେଶର ଭବିଷ୍ୟତ କୁହାଯାଉଥିବା ସ୍କୁଲ ପିଲାମାନେ ଆଦୌ ସୁରକ୍ଷିତ ନୁହେଁ। କାରଣ ସେମାନଙ୍କ ପରିବହନରେ ନିୟୋଜିତ ଥିବା ଭୁବନେଶ୍ୱରର ୪୬୦ଟି ସ୍କୁଲ ବସ୍ ବିନା ଫିଟନେସ୍ ସାର୍ଟିଫିକେଟରେ ଚଳାଚଳ କରୁଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ଉତ୍ତରରେ ଶ୍ରୀ ଜେନା ଗୃହକୁ ଜଣାଇଥିଲେ ଯେ ରାଜଧାନୀରେ ମୋଟ୍‍ ୧୪୮୪ଟି ସ୍କୁଲ ବସ୍ ପଞ୍ଜୀକୃତ ହୋଇଥିଲେ ହେଁ ସେଥିମଧ୍ୟରୁ ୪୬୦ଟିରେ ଆବଶ୍ୟକ ଫିଟନେସ୍ ସାର୍ଟିଫିକେଟ୍ ନାହିଁ। ଏହା ସତ୍ତ୍ୱେ ଭୁବନେଶ୍ୱରର ବ୍ୟସ୍ତବହୁଳ ରାସ୍ତାରେ ପ୍ରତିଦିନ ଏହି ବସ୍‍ଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଛନ୍ତି। ପରିବହନ ବିଭାଗ ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ନିୟମିତ ଯାଞ୍ଚ କରୁଛି ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେପଟେ ଫିଟନେସ୍ ସାର୍ଟିଫିକେଟ ନ ଥିବାରୁ ସେହି ବସରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ…

Read More