Author: Purva Paksha

ନିଜ ପାଖରେ ଡବଲ୍‍ ବ୍ୟାରେଲ୍‍ ଗନ୍‍, ଗୋଟିଏ ରାଇଫଲ ଏବଂ ଗୋଟିଏ ପିସ୍ତଲକୁ ମିଶାଇ ୩ଟି ଭିନ୍ନ ଭିନ୍ନ ପ୍ରକାରର ବନ୍ଧୁକ ରଖି ବୁଲୁଥିବା ଖଣିଜ ପରିବହନ ବ୍ୟବସାୟୀ ତଥା ରାଜନେତା ନବ କିଶୋର ଦାସଙ୍କୁ ତାଙ୍କରି ସରକାର ସମୟରେ ହତ୍ୟା କରାଗଲା, ସେ ପୁଣି ଦିବାଲୋକରେ ସର୍ବସମ୍ମୁଖରେ। ଜାନୁୟାରୀ ୨୯ ତାରିଖ, ୨୦୨୩ ମସିହାର ଏହି ହତ୍ୟା ଘଟଣାର ପ୍ରକୃତ ରହସ୍ୟ କ’ଣ, କାହିଁକି ତାଙ୍କୁ ହତ୍ୟା କରାଗଲା ଓ କିଏ ତାଙ୍କୁ ମାରିଲା ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ତାଙ୍କରି ଝିଅ ଦିପାଳୀ ଦାସ ତାଙ୍କ ଅନ୍ତେ ବିଧାୟକ ହୋଇଥିଲେ ମଧ୍ୟ ହତ୍ୟା ଷଡ଼ଯନ୍ତ୍ରର ମୂଳ ଖିଅକୁ ଖୋଜି ବାହାର କରିବାରେ ସମର୍ଥ ହୋଇପାରି ନାହାନ୍ତି। ଗତ ନିର୍ବାଚନରେ ଦିପାଳୀ ପରାଜିତ ହୋଇଛନ୍ତି। ରାଜ୍ୟ ଶାସନରୁ ମଧ୍ୟ ବିଜୁ ଜନତା ଦଳର ସରକାର ଓହରିଯାଇଛି। ନବ ଦାସଙ୍କ ହତ୍ୟା ପଛରେ କିଛି ଗହନ କଥା ରହିଛି ବୋଲି ପରିବାର…

Read More