Author: Purva Paksha

ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ପାରାଦୀପ ପୁଲିସ ଗୁରୁବାର ଦିନ ଓସେନ୍ ଜେଡ୍ ଓ ଓସେନ୍ ମୋର୍ଗାନାଇଟ୍ ନାମକ ଦୁଇଟି ଜାହାଜକୁ ଜବତ କରିଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ସାମୁଦ୍ରିକ ଲଜିଷ୍ଟିକ୍ସ ଓ ସାମୁଦ୍ରିକ ସେବା କ୍ଷେତ୍ରରେ ଅଗ୍ରଣୀ କମ୍ପାନି ଆଲଫାର୍ଡ ମେରିଟାଇମ୍ ଗ୍ରୁପ୍ ଏହି ଦୁଇଟି ଜାହାଜ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ପ୍ରାୟ ୪୨୮ କୋଟି ଟଙ୍କା ବକେୟା ଆଦାୟ ଦାବି କରିଛି। ଓସେନଜେଡ୍ ଏକ ଉପକୂଳ ଯୋଗାଣ ଜାହାଜ ଭାବରେ କାର୍ଯ୍ୟ କରୁଥିବା ବେଳେ ଓସେନ୍ ମୋର୍ଗାନାଇଟ୍ ଏକ ଆଙ୍କର୍-ହ୍ୟାଣ୍ଡଲିଂ ଜାହାଜ ଭାବରେ କାର୍ଯ୍ୟ କରିଥାଏ । ଉଭୟ ଜାହାଜ ଭାରତୀୟ ପତାକା ତଳେ ପଞ୍ଜୀକୃତ ହୋଇଛି। ହାଇକୋର୍ଟଙ୍କ ରାୟ ପରେ ଗତ ଅଗଷ୍ଟ ମାସରେ ପାରାଦୀପ ବନ୍ଦରରେ ଏକ ଇଜିପ୍ଟ ଜାହାଜକୁ ଗିରଫ କରାଯାଇଥିଲା। ଅଗଷ୍ଟ ୬ ତାରିଖରେ ପାରାଦୀପ ବନ୍ଦରରେ ଅବତରଣ କରିଥିବା ଏହି…

Read More