Author: Purva Paksha

Marijuana: ପଦ୍ମପୁର ପୋଲିସ ଚଢାଉ କରି ୧୦ କ୍ୱିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ୩ଜଣ ଗଞ୍ଜେଇ ବେପାରୀ ଗିରଫ ହୋଇ ଜେଲ ଯାଇଛି।  ଆଜି ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନାର ଲିକିଟିପଦର ଗ୍ରାମ ପଞ୍ଚାୟତର ଶାରିଗଡ଼ା ନିକଟସ୍ଥ ଜଙ୍ଗଲରେ ପଦ୍ମପୁର ପୋଲିସ ଚଢ଼ାଉ କରି ୧୦ କ୍ୱିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଥିବା  ୩୪ ବସ୍ତାକୁ ଜବତ କରିଛି। ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟଭାବେ ପଦ୍ମପୁର ତହସିଲଦାର ଉପସ୍ଥିତ ରହି ଓଜନ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ କହିଛନ୍ତି। ପଦ୍ମପୁର ପିଏସ୍ କେସ୍ ନଂ.୩୭ ଡିଟିଡି.୨୧.୦୩.୨୫ ୟୁ/ଏସ୍.୨୦(ବି)(ଆଇଆଇ) (ସି) ଏନଡିପିଏସ୍ ଆକ୍ଟରେ ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ୩ଜଣ ହେଲେ ସରିଗଡା ଗ୍ରାମର ରେଲି ଶବର, ମାର୍କ ମାଝୀ ଏବଂ ଅଶ୍ୱିନୀ ସବର ଓ ତାଙ୍କୁ ଆଜି ଗୁଣୁପୁର କୋର୍ଟକୁ…

Read More