Author: Purva Paksha

ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ରାଜ୍ୟରେ ବିଜେପି ୨୪ ବର୍ଷର ବିଜେଡି ସରକାରକୁ ହଟାଇ ଶାସନକୁ ଆସିଛି । ମାତ୍ର ଭାଷା, ସାହିତ୍ୟ ଶିକ୍ଷା ପରି ଓଡ଼ିଆ ଅସ୍ମିତା ଏବେ ନିଜର ପରିଚୟ ପାଇଁ ସଂଘର୍ଷ କରୁଛି। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ଭାଷାର ବ୍ୟବହାର ହ୍ରାସ ପାଉଥିବାବେଳେ ଏଥିରେ ଶିକ୍ଷାଦାନ ଓ ଗବେଷଣା ପ୍ରଭାବିତ ହୋଇଛି। ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏହି ବିଷୟ ପାଇଁ ପର୍ଯ୍ୟାପ୍ତ ଶିକ୍ଷକ ଅଭାବ ଥିବାରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ଗୁଣାତ୍ମକ ଗବେଷଣା କାର୍ଯ୍ୟରେ ବାଧା ହେଉଛି। ସରକାରୀ ଡିଗ୍ରୀ କଲେଜରେ ପ୍ରାୟ ୧୦୦୦ ଓଡ଼ିଆ ଅଧ୍ୟାପକ ପଦବୀ ଖାଲି ଥିବାବେଳେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଜଣେରୁ ତିନିଜଣ ଅଧ୍ୟାପକଙ୍କୁ ନେଇ ଓଡ଼ିଆ ବିଭାଗ ଚାଲିଛି । ଏହାର ଏକମାତ୍ର ବ୍ୟତିକ୍ରମ ହେଉଛି କଟକରେ ଥିବା ରେଭେନ୍ସା ବିଶ୍‌ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଗାଇଡଲାଇନ ଅନୁଯାୟୀ ୧୪ଟି ସରକାରୀ…

Read More