Author: Purva Paksha

Share Market: ଭାରତୀୟ ସେୟାର ବଜାରରେ ଆଜି ବ୍ୟାଙ୍କ ଓ ଟେକ କମ୍ପାନୀଙ୍କର ସେୟାରରେ ଭଲ ତେଜି ଦେଖାଯାଉଛି। ସପ୍ତାହର ପ୍ରଥମ କାରବାର ଦିନ ସେୟାର ବଜାର ସମସ୍ତ ଆଶା ସହିତ ଖୋଲିଛି। ଉଛୁଳିଲା ସେୟାର ମାର୍କେଟ; ଲାଗିଲା ୪.୬୩ଲକ୍ଷ କୋଟି ଟଙ୍କାର ବମ୍ପର ଲଟେରୀ। ଆଜି ମାର୍କେଟ ଖୋଲିବା ପରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ୪ ମାସର କ୍ଷତି ପରେ ମାର୍କେଟ୍ ସମ୍ଭାଳିଛି।  ବ୍ୟାଙ୍କିଂ ଏବଂ ଆଇଟି କମ୍ପାନୀଗୁଡ଼ିକର ସେୟାରରେ ଭଲ ବୃଦ୍ଧି ଘଟିଥିବାବେଳେ ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ସେୟାର ବଜାରରେ ବହୁ ପରିମାଣରେ ନିବେଶ କରିଛନ୍ତି। ସକାଳ ୧୧:୦୧ ରେ, ବିଏସଇ ସେନସେକ୍ସ ୯୧୯ ପଏଣ୍ଟ ବା ୧.୧୯ ପ୍ରତିଶତ ବୃଦ୍ଧି ପାଇ ୭୭,୮୨୩ ରେ କାରବାର କରୁଥିଲା, ଯେତେବେଳେ କି ନିଫ୍ଟି ୫୦ ସୂଚକାଙ୍କ ମଧ୍ୟରେ ୨୬୪ ପଏଣ୍ଟ ବା ୧.୧୩ ପ୍ରତିଶତ ବୃଦ୍ଧି ପାଇ ୨୩,୬୧୫ ସ୍ତରରେ କାରବାର କରୁଥିଲା…

Read More