Author: Purva Paksha

Mobile Network: ୭୬୪ଟି ଗ୍ରାମ ପଞ୍ଚାୟତରେ ମୋବାଇଲଟାୱାର ନ ଥିବାରୁ ଅନେକ ବାସିନ୍ଦାଙ୍କ ପାଇଁ ଡିଜିଟାଲ ସୁବିଧା ଦୂରର ସ୍ୱପ୍ନ ପାଲଟିଛି। ସୋମବାର ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଲିଖିତ ଉତ୍ତର ଓଡ଼ିଶାରେ ବିଶେଷ କରି କେତେକ ଜିଲ୍ଲାରେ ଘୋର ଡିଜିଟାଲ ବିଭାଜନକୁ ଆଲୋକପାତ କରିଛି। ଦେଶରେ ଦ୍ରୁତ ଡିଜିଟାଲ ଉନ୍ନତି ସତ୍ତ୍ୱେ ଓଡ଼ିଶାର ପ୍ରାୟ ୭୬୪ଟି ଗ୍ରାମ ପଞ୍ଚାୟତରେ ଇଣ୍ଟରନେଟ୍ ଓ ମୋବାଇଲ୍ ଯୋଗାଯୋଗ ସେବା ନାହିଁ। ଫଳରେ ଗ୍ରାମାଞ୍ଚଳରେ ଯୋଗାଯୋଗ ଗୁରୁତରଭାବେ ପ୍ରଭାବିତ ହୋଇଛି। ଏହାବ୍ୟତୀତ ୧୬୭ଟି ବ୍ଲକ ଓ ୭୬୪ଟି ଗ୍ରାମ ପଞ୍ଚାୟତରେ ମୋବାଇଲଟାୱାର ନ ଥିବାରୁ ଅନେକ ବାସିନ୍ଦାଙ୍କ ପାଇଁ ଡିଜିଟାଲ ସୁବିଧା ଦୂରର ସ୍ୱପ୍ନ ପାଲଟିଛି। ସମସ୍ତ ଜିଲ୍ଲା ମଧ୍ୟରେ କନ୍ଧମାଳରେ ମୋବାଇଲ୍‍ ଟାୱାର ନ ଥିବା ବ୍ଲକରେ ସର୍ବାଧିକ ରହିଛି। ଜିଲ୍ଲାରେ ୧୩ଟି…

Read More