Author: Purva Paksha

୨୦୨୦ ଓ ୨୦୨୪ ମଧ୍ୟରେ ରାଜ୍ୟରେ ଗୁଣିଗାରେଡ଼ି ମାମଲା ୩୫% ହ୍ରାସ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କହିଛନ୍ତି।  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୟୁରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାଗୁଡ଼ିକରେ ଏଇ ସମୟରେ ବେଶି ଗୁଣିଗାରେଡ଼ି ଘଟଣା ଘଟିଛି। ୨୦୨୦ରେ ୯୫ଟି ଗୁଣିଗାରେଡ଼ି ମାମଲା ପଞ୍ଜିକୃତ ହୋଇଥିଲା ଓ ୯୬ଜଣକୁ ଗିରଫ କରାଯାଇଥିଲା, ଯାହା ୨୦୨୧ରେ କମି ୭୯କୁ କମିବା ସହିତ ୧୦୩ଜଣ ଗିରଫ ହୋଇଥିଲେ। ୨୦୨୨ରେ ୧୦୨ଟି ମାମଲା ପଞ୍ଜିକୃତ ହୋଇଥିଲା ଓ ୮୯ଜଣ ଗିରଫ ହୋଇଥିଲେ। ୨୦୨୩ରେ ୭୦ ଓ ୨୦୨୪ରେ ୬୨ଟି ମାମଲା ପଞ୍ଜିକୃତ ହେବା ସହିତ ୮୫ ଓ ୪୮ଜଣ ଗିରଫ ହୋଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଦିବାସୀ ପ୍ରଧାନ ମୟୁରଭଞ୍ଜ ଜିଲ୍ଲା ୨୦୨୦-୨୪ରେ ୩୫ ମାମଲା ସହିତ ସବୁଠାରୁ  ଆଗରେ ଥିଲାବେଳେ  ୨୦୨୦ରେ ୩୫, ୨୦୨୧ରେ…

Read More