Author: Purva Paksha

ଦଳ ଓ ସରକାର ଉପରେ କ୍ଷୁବ୍ଧ ଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଡବଲ ଖୁସି ମିଳିଛି। ତାଙ୍କୁ କୌଣସି ମନ୍ତ୍ରୀ ପଦ କି ସରକାରୀ ପଦପଦବୀ ମିଳିନାହିଁ। କିନ୍ତୁ ତାଙ୍କ କଥାକୁ ସରକାର ଗ୍ରହଣ କରିଥିବାବେଳେ ଓଡ଼ିଶା ହାଇକୋର୍ଟ ମଧ୍ୟ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ନୁହେଁ ଓଡ଼ିଶା ଦିବସ ପାଳନ ହେବ ବୋଲି ଉଲ୍ଲେଖ କରିଛନ୍ତି। ଏହାକୁ ଜୟନାରାୟଣଙ୍କର ନୈତିକ ବିଜୟ କହିଲେ ଭୁଲ୍‍ ହେବ ନାହିଁ। କାରଣ ସେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟର ସଙ୍ଗୀତ ବୋଲି ମାନୁନାହାନ୍ତି। ଏହାକୁ ସେ ଓଡ଼ିଶା ଜନନୀ ଭାବରେ ବୋଲିବାକୁ ବାରମ୍ବାର କହିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍କଳ ଦିବସକୁ ଓଡ଼ିଶା ଦିବସ ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇବା ତାଙ୍କର ବିଜୟ ବୋଲି କୁହାଯାଉଛି। ସେହିପରି ଆଉ ଏକ ଖୁସିଖବର…

Read More