What's Hot
Author: Purva Paksha
କାର୍ଗୋ ପରିବହନ ଓ ରିଭର କ୍ରୁଜ୍ ପର୍ଯ୍ୟଟନ ପାଇଁ ଓଡ଼ିଶାରେ ୬ଟି ଆଭ୍ୟନ୍ତରୀଣ ଜଳପଥ ବିକଶିତ କରୁଛି କେନ୍ଦ୍ର
କାର୍ଗୋ ପରିବହନ ଏବଂ ନଦୀ କ୍ରୁଜ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଓଡ଼ିଶାରେ ୬ଟି ଆଭ୍ୟନ୍ତରୀଣ ଜଳପଥର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି ବୋଲି ସଂସଦରେ ସୂଚନା ଦିଆଯାଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓଡ଼ିଶାରେ ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (ଆଇଡବ୍ଲ୍ୟୁଏଆଇ) ମାଧ୍ୟମରେ କେନ୍ଦ୍ରଦ୍ୱାରା ନିଆଯାଉଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (ଆଇଡବ୍ଲ୍ୟୁଏଆଇ) ଜରିଆରେ ଭାରତ ସରକାର ଓଡ଼ିଶା ରାଜ୍ୟରେ ଛଅଟି ଘୋଷିତ ଜାତୀୟ ଜଳପଥ ଯଥା ବ୍ରାହ୍ମଣୀ ଓ ମହାନଦୀ ଡେଲ୍ଟା ଓ ପୂର୍ବତଟ କେନାଲ (ଏନ୍ଡବ୍ଲ୍ୟୁ-୫), ବୈତରଣୀ ନଦୀ (ଏନ୍ଡବ୍ଲ୍ୟୁ-୧୪), ବିରୁପା ନଦୀ-ବଡ଼ ଗେଙ୍ଗୁଟି-ବ୍ରାହ୍ମଣି ରିଭର ସିଷ୍ଟମ୍ (ଏନ୍ଡବ୍ଲ୍ୟୁ-୨୨), ବୁଢ଼ା ବଳଙ୍ଗା ନଦୀ (ଏନ୍ଡବ୍ଲ୍ୟୁ-୨୩), ମହାନଦୀ (ଏନ୍ଡବ୍ଲ୍ୟୁ-୬୪) ଏବଂ ସୁବର୍ଣ୍ଣରେଖା ନଦୀ (ଏନ୍ଡବ୍ଲ୍ୟୁ-୯୬)ର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି ବୋଲି ସୋନୱାଲ କହିଛନ୍ତି।…
