Author: Purva Paksha

ଡ. ସମନ୍ୱୟ ନନ୍ଦ ଗତ କିଛିଦିନ ତଳେ ବଲୋଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼େଇ ଲଢ଼ୁଥିବା ବଲୋଚ ଲିବରେସନ ଆର୍ମୀର ସଦସ୍ୟମାନେ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରି ନେଇଥିଲେ। ଏହି ପ୍ରସଙ୍ଗ ଗତ କିଛି କିଛିଦିନ ଧରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଥିଲା। ଏହି ପ୍ରସଙ୍ଗରେ କ’ଣ ହେଲା ଓ ଏହାର ଫଳାଫଳ କ’ଣ ବାହାରିଲା ସେ ବିଷୟରେ ଆଲୋଚନା କରିବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ ବରଂ ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମି, ସ୍ଥିତି ଓ ଏହି ଅପହରଣ ଘଟଣା ପରେ ଏହା କେଉଁ ଆଡ଼କୁ ଅଗ୍ରସର ହେବ ସେ ବିଷୟରେ ଆଲୋଚନା କରିବା ହେଉଛି ଉଦ୍ଦେଶ୍ୟ। ଜାଫର ଏକ୍ସପ୍ରେସକୁ ଅପହରଣ କରାଯିବା କୌଣସି ସାଧାରଣ ଘଟଣା ନୁହେଁ ବରଂ ଏକ ଅସାଧାରଣ ଘଟଣା। ଏହା ପୂର୍ବରୁ ଗତ ଦୁଇବର୍ଷ ଧରି ବଲୋଚୀ ସ୍ୱାଧୀନତା ସଂଗ୍ରାମୀମାନେ ପାକିସ୍ତାନୀ ସେନାର ଯବାନ, ପୋଲିସ ଓ…

Read More