Author: Purva Paksha

ନାରୀ ନ୍ୟାୟ ପାଇଁ ଆଜି ରାଜଧାନୀରେ ବିକ୍ଷୋଭ କରିଛି ରାଜ୍ୟ କଂଗ୍ରେସ। ଏହାକୁ ସମର୍ଥନ କରିବା ତଥା ବିକ୍ଷୋଭକୁ ସଶକ୍ତ କରିବା ଲାଗି କେନ୍ଦ୍ରୀୟ ନେତା, ଏକମାତ୍ର ସାଂସଦ ଓ ୧୪ ବିଧାୟକଙ୍କ ସମେତ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ କର୍ମୀ ଓ ନେତାମାନେ ଆସିଛନ୍ତି। ମହାତ୍ମା ଗାନ୍ଧି ମାର୍ଗରେ ନେତାମାନେ କର୍ମୀଙ୍କୁ ସରକାର ଓ ସରକାରୀ ତତ୍ତ୍ୱ ବିରୁଦ୍ଧରେ ତତାଇଛନ୍ତି। ଆନ୍ଦୋଳନକୁ ପ୍ରୋତ୍ସାହିତ କରିଛନ୍ତି। ଟିକେ ପୁରୁଣା ଇତିହାସକୁ ମନେପକାନ୍ତୁ, ଏହି ନାରୀ ନିର୍ଯାତନା, ମହିଳାଙ୍କ ବିରୁଦ୍ଧରେ ଅପରାଧ ଯୋଗୁ କଂଗ୍ରେସ ୨୦୦୦ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିଲା। ଅର୍ଥାତ୍‍ ଆଜି ଯାଏ କଂଗ୍ରେସକୁ ରାଜ୍ୟରେ ମହିଳାଙ୍କ ସପକ୍ଷବାଦୀ ଭଦ୍ରଲୋକଭାବେ ରାଜ୍ୟବାସୀ ଗ୍ରହଣ କରୁନାହାନ୍ତି। ତଥାପି ନିଜର ରଣନୀତିକୁ ବଦଳାଉ ନାହିଁ ରାଜ୍ୟ କଂଗ୍ରେସ। ଏହାର ଭବିଷ୍ୟତ କ’ଣ ହେବ ? ଏ ବିଷୟକୁ ନେଇ ଆଜିର ଆଲୋଚନା। ଗୋଟିଏ କାହାଣୀ ଆପଣଙ୍କୁ କହୁଛି। ଏ ଗପଟି ନିଶ୍ଚୟ ଭଲ ଲାଗିବ। ଦିନେ…

Read More