Author: Purva Paksha

ଢାକାରେ ଗତ କିଛିଦିନ ମଧ୍ୟରେ ଘଟିଥିବା ଘଟଣାକ୍ରମ ଏବଂ ରାଜନୈତିକ ବୟାନବାଜୀ ପରେ ଏହି ପ୍ରଶ୍ନ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ଉଠୁଛି। ଗତ ସପ୍ତାହ ପୂରା ବାଂଲାଦେଶର ରାଜନୈତିକ ମହଲ ଏବଂ ସୋସିଆଲ ମିଡିଆରେ ସେନାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାର ଆରମ୍ଭ ନୂଆ ଗଠିତ ନ୍ୟାସନାଲ ସିଟିଜନ୍ ପାର୍ଟି (ଏନସିପି)ର ଜଣେ ପ୍ରମୁଖ ନେତା ତଥା ଗତବର୍ଷ ଜୁଲାଇରେ ହାସିନା ବିରୋଧୀ ଆନ୍ଦୋଳନର ମୁଖ୍ୟ ଚେହେରା ହସନତ ଅବଦୁଲ୍ଲାଙ୍କ ଫେସବୁକ୍‍ ପୋଷ୍ଟରୁ ହୋଇଥିଲା, ଯାହା ରାଜନୈତିକ ମହଲରେ ହାଇଚଇ ସୃଷ୍ଟି କରିଥିଲା। ଏହି ନେତା ସେନାମୁଖ୍ୟଙ୍କ ଉପରେ ଗୁରୁତର ଆରୋପ ଲଗାଇଥିଲେ।  ହସନତ ଦାବି କରିଥିଲେ ଯେ ସେନାମୁଖ୍ୟ ଜେନେରାଲ ଓ୍ୱାକାର ଉଜ-ଜମାନ ତାଙ୍କ ସହ ବୈଠକ କରିଥିଲେ ଏବଂ ସମସ୍ତ ଦଳର ଅଂଶଗ୍ରହଣ ସହ ନିର୍ବାଚନ କରାଇବାର ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ଆୱାମୀ ଲିଗ୍ ମଧ୍ୟ ସାମିଲ ରହିବ। ହସନତ କହିଥିଲେ ଯେ ସେନାର ପ୍ରସ୍ତାବ ଅନୁଯାୟୀ, ଏହା…

Read More