Author: Purva Paksha

ବେଶ୍‍ ଗତ କିଛିଦିନ ହେଲା ଉତ୍କଳ ସଙ୍ଗୀତ ଗାନ୍‍କୁ ପଶ୍ଚିମ ଓଡ଼ିଶାରେ ବିରୋଧ କରାଯାଉଛି। ଏହା ଓଡ଼ିଶାର ଜାତୀୟ ସଙ୍ଗୀତ ନୁହେଁ ବରଂ ଏହା ଉପକୂଳ ଓଡ଼ିଶାର ସଙ୍ଗୀତ ବୋଲି କୋଶଳ ରାଜ୍ୟ ଗଠନ ଦାବି କରୁଥିବା ନେତାମାନେ କହୁଛନ୍ତି। କୋଶଳ ନେତାଙ୍କ କଥାକୁ ଆଦୌ ଗୁରୁତ୍ୱ ମିଳୁନଥିଲା। କିନ୍ତୁ ଯେତେବେଳେ ବିଜେପି ନେତା ଜୟନାରାୟଣ ମିଶ୍ର ଏହାକୁ ବିରୋଧ କଲେ ସେବେଠାରୁ ଏହା ଚର୍ଚ୍ଚାରେ ରହିଛି। ମାର୍ଚ୍ଚ ୮ ତାରିଖରେ ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ବିଜେପି ନେତା ଜୟନାରାୟଣ ମିଶ୍ର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ବିରୋଧ କରିଥିଲେ। ଏହି ସଙ୍ଗୀତ ଗାନବେଳେ ସେ ଏହାକୁ ସମ୍ମାନ ଦେବା ପାଇଁ ନିଜ ଆସନରୁ ନ ଉଠି ବସି ରହିଥିଲେ। ଏହାପରେ ଏହାକୁ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଥିଲା। ପରେ ଉତ୍କଳ ଜନନୀ ସ୍ଥାନରେ ବନ୍ଦେ ଓଡ଼ିଶା ଜନନୀ ଗାନ କଲେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ ସଫେଇ…

Read More