Author: Purva Paksha

ଓଡ଼ିଶାର ବିକାଶକୁ କେହି ଅଟକାଇ ପାରିବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜକୁ ଗର୍ବିତ ଓଡ଼ିଆ ବୋଲି ପରିଚୟ ଦେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟ ଗଠନ ଦିବସ ଅବସରରେ ଆୟୋଜିତ ଉତ୍କଳ ଦିବସ ବା ଓଡ଼ିଶା ଦିବସ ଅବସରରେ ଦଳୀୟ ମୁଖ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ଏକ ସମାବେଶରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଫଟୋ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦେଶାତ୍ମବୋଧକ ଗୀତ ସହ ଏହି ଦିବସ ପାଳନ କରାଯାଇଥିଲା। ଓଡ଼ିଶା ଗଠନ ଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଭାଷା ଭିତ୍ତିରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟଭାବେ ସୃଷ୍ଟି ହୋଇଛି। ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଆମେ ନିରନ୍ତର ପ୍ରୟାସ ଜାରି…

Read More