Author: Purva Paksha

ନିର୍ମାଣ ବିଭାଗରେ ପଦୋନ୍ନତି ଆଇନରେ ଚଞ୍ଚକତା। ସୁପ୍ରିମକୋର୍ଟଙ୍କ ରାୟକୁ ଦଳିମକଚି ସହକାରୀ ଯନ୍ତ୍ରୀଙ୍କୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏହି ପଦୋନ୍ନତି ଦେବା ସମୟରେ ଗତମାସରେ ଯେଉଁ ଅବିଚାର କରାଯାଇଛି, ସେଥିରେ କ୍ଷତିଗ୍ରସ୍ତ ସାଧାରଣ ବର୍ଗର ଯନ୍ତ୍ରୀ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଛନ୍ତି, ତାଙ୍କୁ ଏବେ ବିଭାଗର ଅତିରିକ୍ତ ସଚିବ ଟେଲିଫୋନ ଯୋଗେ ଧମକ ଦେଇ ମାମଲା ପ୍ରତ୍ୟାହାର କରିବାକୁ କହୁଛନ୍ତି, ନ ମାନିଲେ ତାଙ୍କୁ ଦୂର ସ୍ଥାନକୁ ବଦଳି କରିଦେବେ ବୋଲି କହୁଛନ୍ତି। ଗତ ମାସ ୬ ତାରିଖରେ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ,  ସହକାରୀ ନିର୍ବାହୀ ଯନ୍ତ୍ରୀ ପାହ୍ୟାକୁ ପଦୋନ୍ନତି ଦେବାକୁ ଏକ ବୈଠକ ହୋଇଥିଲା, ଏଥିରେ ସରକାରୀ ନିର୍ଦ୍ଦେଶ ଏପରିକି ସୁପ୍ରିମକୋର୍ଟଙ୍କ ରାୟକୁ ଅଣଦେଖା କରାଯାଇଛି। ସେହି ବୈଠକରେ ଚଞ୍ଚକତା କରି ସଂରକ୍ଷିତ ବର୍ଗର ଯନ୍ତ୍ରୀଙ୍କୁ ଅଣସଂରକ୍ଷିତ ପଦବୀକୁ ପଦୋନ୍ନତି ଦେବାକୁ ସୁପାରିଶ କରାଯାଇଛି। ଏଥିପାଇଁ ୫୧ଜଣ ଅଣସଂରକ୍ଷିତ ଯନ୍ତ୍ରୀ ପଦୋନ୍ନତିରୁ ବଞ୍ଚିତ…

Read More