Author: Purva Paksha

ଭାଷା ଭିତ୍ତିରେ ଗଢ଼ା ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ୧୯୩୬ ମସିହା ଆଜିର ଦିନରେ ଇଂରେଜ ସରକାର ବାଧ୍ୟ ହୋଇ ଓଡ଼ିଶାକୁ ଓଡ଼ିଆ ଭାଷା କହୁଥିବା ଅଞ୍ଚଳ ଆଧାରରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିଲେ। ଏହାପରେ ଅନେକ ସମୟ ବିତିଲାଣି। ପ୍ରଥମେ ବିହାର ପ୍ରଭାବରେ ଆମେ ଆମର ଦୁଇଟି ପ୍ରମୁଖ ଓଡ଼ିଆ ଭାଷା କହୁଥିବା ଜିଲ୍ଲାକୁ ହରାଇଲୁ। ପଶ୍ଚିମବଙ୍ଗ ପ୍ରଭାବରେ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ପଢ଼ିବା ଲାଗି ସୁବିଧା ହରାଇଲୁ। ଉତ୍କଳ ସମ୍ମିଳନୀ ଭାଗଭାଗ ହେବାରୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପ୍ରୋତ୍ସାହନ ପାଇଁ ସୁଯୋଗ ହରାଇଲୁ। ଆଉ ଏବେ ଡିଜିଟାଲ୍‍ ଦୁନିଆରେ ଭାଷାକୁ ପ୍ରସାରିତ କରିବା ସ୍ଥାନରେ ନିଜକୁ ସଙ୍କୁଚିତ ହେବାର ସାକ୍ଷୀ ହେଉଛୁ। ଯେଉଁ ଅସ୍ମିତା କଥା କହି ସରକାର କ୍ଷମତାକୁ ଆସିଛନ୍ତି ତାଙ୍କ ଆଗରେ ଏହା କ’ଣ ଏକ ପ୍ରମୁଖ ଆହ୍ୱାନ ହୋଇନାହିଁ? ରାଜନୀତିକ ଚେତନା ଜାଗ୍ରତ ହେବା ଫଳରେ ହିଁ ଓଡ଼ିଶାର ପୁନର୍ଗଠନ ହୋଇଥିଲା।…

Read More