Author: Purva Paksha

ଆଜି ଲୋକସଭାରେ ଓ୍ୱାକ୍‍ଫ ଆଇନ ସଂଶୋଧନ ବିଧେୟକ ଆଗତ ହୋଇଛି। ବହୁଦିନ ହେଲା ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି। ମୁସଲମାନ ସମ୍ପ୍ରଦାୟର କିଛି ତଥାକଥିତ ମୁରବୀ ଏହାକୁ ବିରୋଧ କରୁଛନ୍ତି। ଏହାଦ୍ୱାରା ସରକାର ଓ୍ୱାକ୍‍ଫ ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଛନ୍ତି ବୋଲି ମତ ଦେଉଛନ୍ତି। ଖାଲି ସେତିକି ନୁହେଁ, ଏହି ବିଧେୟକ ପାରିତ ହେଲେ ବିଭିନ୍ନ ସ୍ଥାନରେ ଆନ୍ଦୋଳନର ନିଆଁ ଜାଳିବାକୁ ମଧ୍ୟ ଧମକ ଦିଆଯାଇଛି। ହେଲେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସମାନତାର ଭାବ ଆଣିବା ଏବଂ ସମ୍ପତ୍ତିକୁ ସମ୍ପ୍ରଦାୟର ବିକାଶ ନିମନ୍ତେ ଉପଯୋଗ କରିବା ଲକ୍ଷ୍ୟ ରଖିଛି ଏହି ବିଧେୟକ। କ’ଣ ରହିଛି ବିଧେୟକ ବାବଦରେ ଗୁଜବ ଓ କେମିତି ଏହା ସମାଧାନ କରିଯିବ ତାହାକୁ ନେଇ ଆଜିର ଆଲୋଚନା। ଓ୍ୱାକଫ୍ ଆଇନ ସଂଶୋଧନ ବିଧେୟକ- ୨୦୨୪ ଗତବର୍ଷ  ଅଗଷ୍ଟ୮ ତାରିଖ ଦିନ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ଏହି ବିଲ୍‍କୁ କେନ୍ଦ୍ରୀୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ…

Read More