Author: Purva Paksha

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କୁ ଖୋଲା ଧମକ ଦେଇଛନ୍ତି ଅନ୍ୟତମ ସାଂସଦ ମୁଜିବୁଲ୍ଲା ଖାନ୍‍ ଓରଫ ମୁନା ଖାନ୍‍। ବିଜୁ ଜନତା ଦଳର ଆଦର୍ଶ ଓ ନେତାଙ୍କ ବିରୋଧରେ ଯାଇଥିବା ଅଭିଯୋଗ କରି ଶ୍ରୀ ଖାନ୍‍ ସସ୍ମିତଙ୍କୁ କହିଛନ୍ତି ଯଦି ବିଜେପି ଭଲ ଲାଗୁଛି ତେବେ ସେ ସେଠାକୁ ଚାଲିଯିବା ଆବଶ୍ୟକ । ତାଙ୍କର ବିଜେଡିରେ ରହିବାର ଆବଶ୍ୟକତା ନାହିଁ। ସସ୍ମିତ କାହିଁକି ବିଜେଡି ମୁଖିଆଙ୍କ  ନୀତି ବିରୁଦ୍ଧରେ ଯାଇ ସେ ବିଜେପି ସପକ୍ଷରେ ଭୋଟ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ମୁନା ଖାନ୍‍। ଆଜି  ଭୁବନେଶ୍ୱର ଫେରିବା ପରେ ମୁନା କହିଛନ୍ତି, ମୁଁ ବାରମ୍ବାର ସସ୍ମିତଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚାହିଁଛି କିନ୍ତୁ ସେ କୌଣସି ଉତ୍ତର ଦେଇ ନାହାନ୍ତି। ଏଣୁ ମୁଁ ଭାବୁଛି ସଭାପତିଙ୍କୁ ଏ ବାବଦରେ ସବୁକିଛି ଅବଗତ କରିବି। ଆଉ ସଭାପତି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ। ଗତ  ୩ ତାରିଖରେ ୱାକଫ୍‍…

Read More