Author: Purva Paksha

ବୁଧବାର ବିଜୁ ଜନତା ଦଳର ମୁଖିଆଙ୍କ ଗଣମାଧ୍ୟମରେ ଆବିର୍ଭାବ ପରେ ଏବେ ଦଳରେ ତରୁଣତୁର୍କୀଙ୍କ ମଧ୍ୟରେ ନୀରବତା ଆଣିଛି। ଏହା ଝଡ଼ ପୂର୍ବର ନୀରବତା ହୋଇପାରେ ଅବା ପୁଣି ନ୍ୟୁ-ନର୍ମାଲର ସୂଚନା। ଅର୍ଥାତ୍‍ ବିଜେଡିର ପୁରୁଣା, ନବାଗତଙ୍କ ଭିତରେ ଭାଗବଣ୍ଟା ହୋଇପାରେ ବା ପାଣ୍ଡିଆନ୍‍ଙ୍କୁ ନେଇ ଚଳିବାର ଶିକ୍ଷା ଦେଇପାରେ। ଏ ବିଷୟକୁ ଆଧାର କରି ଆଜିର ଆଲୋଚନା। ଏପ୍ରିଲ୍‍ ୩ ତାରିଖ ସନ୍ଧ୍ୟାରୁ ରାଜ୍ୟ ରାଜନୀତିରେ ପୁଣିଥରେ ମୁଣ୍ଡ ଟେକିଥିଲା ବିଜେଡିରେ ବିଭାଜନ ଭୟ। ହଠାତ୍‍ ଜଣେ ସଂଖ୍ୟାଲଘୁ ସାଂସଦ ବିଜେପି ଏଜେଣ୍ଡାକୁ ସମର୍ଥନ କରି ଦଳ ଆଭିମୁଖ୍ୟ ବିରୁଦ୍ଧରେ ଭୋଟ ଦେବା ନେଇ ସୃଷ୍ଟି ହୋଇଥିଲା ସ୍ପଷ୍ଟ ଧୂଆଁ। ଏହା ଦୀର୍ଘ ଦିନ ଧରି ବିଜେଡି ନେତାଙ୍କ ହୃଦୟରେ କୋହଳୁଥିବା ଅଭିମାନ, ରାଗ ଓ ରୋଷର ପ୍ରତୀକ ହୋଇଥାଇପାରେ, ଯାହା ୨୦୨୪ ନିର୍ବାଚନ ସମୟରୁ ହିଁ କୁହୁଳୁଥିଲା। ଏହି ପାଉଁଶ ତଳର ନିଆଁରେ କିନ୍ତୁ ନିଜର ରାଜନୀତିକ ରୁଟି…

Read More