Author: Purva Paksha

କମିଛି ବହୁମୁଖୀ ବ୍ୟବହାର ଅଭ୍ୟାସ ପ୍ରଦୂଷଣ କମାଇଛି ଜଳର ମାନ ବିପଦରେ ଏକାମ୍ରର ପ୍ରମୁଖ ପବିତ୍ର ପୋଖରୀ ଦ୍ରୁତ ସହରୀକରଣ, ଜବରଦଖଲ ଓ ତ୍ରୁଟିପୂର୍ଣ୍ଣ ଯୋଜନାରେ ବଳି ପଡ଼ିଛି ହଜାର ବର୍ଷର ଜଳ ଐତିହ୍ୟ ସ୍ୱୟଂସିଦ୍ଧଙ୍କ ରିପୋର୍ଟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରରେ ରହିଛି ୫୦ରୁ ଅଧିକ ଧର୍ମୀୟ ପୁଷ୍କରିଣୀ। ଏହି ପୁଷ୍କରିଣୀ, କୁଣ୍ଡ ଓ ଜଳାଶୟଗୁଡ଼ିକ ଶତାବ୍ଦୀ ପ୍ରାଚୀନ ତଥା ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ। ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ମରିଚି କୁଣ୍ଡ, ଗୌରୀ କୁଣ୍ଡ, ଦୁଗ୍ଧ କୁଣ୍ଡ ,କେଦାରକୁଣ୍ଡ, ପାପନାଶିନୀ, କୋଟି ତୀର୍ଥ, ଦେବୀ ପାଦହରା, ମଣିକର୍ଣ୍ଣିକା ସ୍ୱର୍ଣ୍ଣଜଳେଶ୍ୱର, ଗଙ୍ଗା ଯମୁନା ଓ ବିନ୍ଦୁସାଗର ଭଳି ଜଳାଶୟଗୁଡ଼ିକ କେବଳ ପବିତ୍ରତାର ପ୍ରତୀକ ନୁହଁନ୍ତି, ବରଂ ସ୍ଥାନୀୟ ସମୁଦାୟର ଜୀବନଶୈଳୀ ଓ ବିଶ୍ୱାସର ଏକ ପ୍ରମୁଖ  ଅଂଶ। କେଦାର କୁଣ୍ଡରେ ସ୍ନାନ କଲେ ଜନ୍ମ ଓ ମୃତ୍ୟୁ ଚକ୍ରରୁ ମଣିଷ ମୁକ୍ତି ଲାଭ କରୁଥିବାର ବିଶ୍ୱାସ ରହିଛି।…

Read More