Author: Purva Paksha

ବିଜୁ ଜନତା ଦଳକୁ ନେଇ ଚାଲିଥିବା ଚର୍ଚ୍ଚା ଥମିବାର ନା ଧରୁନି। ଏକଦା ଓଡ଼ିଶାର ସର୍ବୋଚ୍ଚ କ୍ଷମତାଧାରୀ ରାଜନୀତିକ ଦଳଭାବେ ବିଜୁ ଜନତା ଦଳ ପରିଚିତ ହେଉଥିଲା। ଥରେ କ୍ଷମତାରୁ ହଟିବା ପରେ ବିଜୁ ଜନତା ଦଳ ବିଭାଜିତ ହୋଇଥିବା ନେଇ ଯେଉଁ ଆଲୋଚନା ହେଉଛି ସେଥିରେ ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇ ନିଆଁ ଚେଙ୍ଗିଛନ୍ତି। ସଭାପତିଙ୍କୁ ସେ ଚେତାଇଛନ୍ତି ଯେ ସଂଗଠନ ଯେମିତି କିଛି ଲୋକଙ୍କ ଦ୍ୱାରା ହାଇଜାକ୍‍ ନ ହେବ ସେଥିଲାଗି ପଦକ୍ଷେପ ନିଅନ୍ତୁ। ଅବଶ୍ୟ ଏହା ସେ ଦଳୀୟ ସଂଗଠନରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କଥା କହିଛନ୍ତି କିନ୍ତୁ, ତାଙ୍କ ଚିଠିର ତୀର ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ରରେ ବାଜିଛି ବୋଲି ଚର୍ଚ୍ଚା ହେଉଛି। ସେଇ ଚର୍ଚ୍ଚାକୁ ନେଇ ଆଜିର ଆଲୋଚନା। ଆପଣ, ମୁଁ ଏପରିକି ଓଡ଼ିଶାର ରାଜନୀତିକ ପରିବେଶରେ ରୁଚି ରଖୁଥିବା ପ୍ରତିଟି ବ୍ୟକ୍ତି…

Read More